Tuesday, 3 November 2020

କଙ୍ଗନା-ରଙ୍ଗୋଲିଙ୍କ ବିରୋଧରେ ଧାର୍ମିକ ଭାବନାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ : ନଭେମ୍ବର ୧୦ତାରିଖରେ ପଚରାଉଚରା କରିବ ମୁମ୍ବାଇ ପୋଲିସ୍

 

କଙ୍ଗନା-ରଙ୍ଗୋଲିଙ୍କ ବିରୋଧରେ ଧାର୍ମିକ ଭାବନାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ : ନଭେମ୍ବର ୧୦ତାରିଖରେ ପଚରାଉଚରା କରିବ ମୁମ୍ବାଇ ପୋଲିସ୍

http://www.prameyanews7.com/mumbai-police-sent-summon-to-kangana-ranaut-and-sister-rangoli/

ମୁମ୍ବାଇ ୩/୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସୋସିଆଲ ମିଡିଆରେ ନିଜ ଅଜବ ରାୟ ରଖିଥାନ୍ତି। ଏହି କାରଣ ଯୋଗୁଁ ଅନେକ ଥର ଉଭୟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। କିଛି ଦିନ ତଳେ ଉଭୟଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ମାମଲାରେ ମୁମ୍ବାଇ ପୋଲିସ୍ ମାମଲା ରୁଜୁ କରିଥିଲା। ଏବେ ଏହି ମାମଲାରେ ପଚରାଉଚୁରା ପାଇଁ ମୁମ୍ବାଇ ପୋଲିସ୍ ୨ଭଉଣୀଙ୍କୁ ସମନ ପଠାଇଛି।

ମୁମ୍ବାଇ ପୋଲିସ୍ ୨ଭଉଣୀଙ୍କୁ ନଭେମ୍ବର ୧୦ତାରିଖରେ ପଚରାଉଚୁରା ପାଇଁ ଡକାଇଛି। ଏହା ପୂର୍ବରୁ ମଧ୍ୟ ୨ଜଣଙ୍କୁ ନୋଟିସ୍ ପଠାଯାଇଥିଲା କିନ୍ତୁ କଙ୍ଗନା କହିଥିଲେ ଯେ ଘରେ ବିବାହ ହେବା କାରଣରୁ ସେ ଉପସ୍ଥିତ ହୋଇ ପାରିବେ ନାହିଁ। ଏବେ ଅଭିନେତ୍ରୀଙ୍କୁ ପଚରାଉଚୁରା ପାଇଁ ବାନ୍ଦ୍ରା ପୋଲିସ୍ ନୂଆ ତାରିଖ ପଠାଇଛି। ଆବେଦନରେ କଙ୍ଗନାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ,କଳାକାରଙ୍କୁ ହିନ୍ଦୁ-ମୁସଲିମ୍ ମଧ୍ୟରେ ବାଣ୍ଟିବା ଏବଂ ସାମାଜିକ ଏକତା ଭଙ୍ଗ କରିବାର ଅଭିଯୋଗ ଲଗାଯାଇଛି।

କିଛି ଦିନ ତଳେ କଙ୍ଗନାଙ୍କ ଭାଇ କରଣଙ୍କ ବିବାହ ହୋଇଛି ଏବଂ ଖୁବ୍ ଶୀଘ୍ର କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ମଧ୍ୟ ବିବାହ ହେବାକୁ ଯାଉଛି। ଏହି ଅବସରରେ ନିକଟରେ ସେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ସିଂହ ଠାକୁରଙ୍କୁ ଭେଟିଥିଲେ ଏବଂ ଭାଇଙ୍କ ବିବାହରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ବିବାହ କାର୍ଡ଼ ଦେଇ କଙ୍ଗନା ରଣୌତ ଟ୍ବିଟରରେ କିଛି ଫଟୋ ମଧ୍ୟ ସେୟାର କରିଥିଲେ।

No comments:

Post a Comment